ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ – ପିଏମ୍ ଉଷା।

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ – ପିଏମ୍ ଉଷା ଓଡ଼ିଶାରେ ଆରମ୍ଭ ହେଲା । ଏଥିପାଇଁ କୃଷି ଭବନ ଅଡିଟୋରିୟମଠାରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ ଜରିଆରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ଶିକ୍ଷା ପ୍ରଣାଳୀ ସହ ତାଳ ଦେଇ ଆମକୁ ସେହି ସ୍ତରରେ ପହଞ୍ଚିବାର ଅଛି।
