କୋର୍ଟରେ ଆତ୍ମହତ୍ୟା ଉଦ୍ୟମ !

ନିର୍ଦ୍ଦୋଷରେ ଖଲାସ ଖବର ଶୁଣି ଆତ୍ମହତ୍ୟା ଉଦ୍ୟମ କଲେ ଅଭିଯୋଗକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । କୋର୍ଟ ପୁରୁଷ ବନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।
ର୍ଟ ରୁମ୍ ବାହାରେ ଅଭିଯୋଗକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରୁମ ବାହାରେ ପାରାସିଟାମଲ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା। ପୂର୍ବରୁ ପ୍ରେମ ସମ୍ପର୍କ ଥିବା ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ମାମଲାରେ ପୁରୁଷ ବନ୍ଧୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିଲେ। ଏହାପରେ ସମ୍ପୃକ୍ତ ମହିଳା ଜଣକ କୋର୍ଟ ରୁମ୍ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ପୂର୍ବରୁ ନିଜ ସ୍ବାମୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ।
