କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ
ଶନିବାର ଭୋର ସମୟରେ ଏକ ୧୦୮ ଆମ୍ୱୁଲାନ୍ସ ରୋଗୀ ଆଣିବା ପାଇ ଯାଉଥିଲା । ବାଲିପାଟଣା-ରାଜସ ରାସ୍ତା ଟିଙ୍କିପଡା ଗ୍ରାମ ନିକଟରେ ଆମ୍ୱୁଲାନ୍ସଟି ଯାଉଥିବା ବେଳେ ହଠାତ ଏକ ଷଣ୍ଢ ଗାଡ଼ି ସାମ୍ନାକୁ ଆସି ଯାଇଥିଲା । ଷଣ୍ଢକୁ ବଞ୍ଚାଇବାକୁ ଯାଇ ଆମ୍ୱୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ ସଫେଇ କେନାଲକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ସହ କର୍ମଚାରୀ ମାନେ ସାମାନ୍ୟ ଆହାତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି ।

