ରାଜ୍ୟ

ପ୍ଲାଷ୍ଟିକ୍‌ ନିଷିଦ୍ଧାଞ୍ଚଳ ହେଲା କପିଳାସ

Spread the love

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସକୁ ପ୍ଲାଷ୍ଟିକ୍‌ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କଟକଣା କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କପିଳାସ ଛକ ଠାରୁ କପିଳାସ ପୀଠ, ପାର୍କିଂ ସ୍ଥଳ ଓ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅଞ୍ଚଳ କଟକଣାଭୁକ୍ତ ହୋଇଛି । ଅମାନ୍ୟକଲେ ୫୦୦ ଟଙ୍କାର ଜରିମାନା ପ୍ରାବଧାନ ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ କପିଳାସ ପୀଠ ଥିବା ବେଳେ ପରିବେଶକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *