ରାଜ୍ୟ

ଟ୍ବିନସିଟିରେ ଘନ କୁହୁଡ଼ି

Spread the love

ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନକୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି। କୁହୁଡି ଯୋଗୁ ୨୦ ମିଟର ଦୂର ଯାଏଁ କିଛି ବି ଦେଖାଯାଉନି । ଯାତାୟତରେ ବାଧାପ୍ରାପ୍ତ ହେଉଛି।ଦୁଇ ଦିନ ପରେ ବଢ଼ିବ ତାପମାତ୍ରା, କମିବ ଶୀତ । ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨ ଦିନ ପରେ ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏହାସହ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା କେନ୍ଦୁଝର ,ଖୋର୍ଦ୍ଧା , କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରିକରାଯାଇଛି । ସେହିପରି ଆସନ୍ତାକାଲି କୋରାପୁଟ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *