ଜାତୀୟ

ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ

Spread the love

ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ । ରାସ୍ତାଘାଟ ସବୁ ବରଫମୟ ହୋଇଛି । ବରଫର ସ୍ବେତ ଚାଦର ପିନ୍ଧି ରୂପା ପରି ଚମକୁଛି ପାହାଡ଼ । ହେଲେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଓ ଘର ସବୁଠି  ଜମି ରହିଛି ବରଫ । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । ସେହିପରି ତୁଷାରପାତ ପରେ ଶ୍ରୀନଗର- ଜମ୍ମୁ କାଶ୍ମୀର ଜାତୀୟ ରାଜପଥ ବନ୍ଦ ରହିଥିବା ଯୋଗୁଁ ଅନନ୍ତନାଗରେ ୨ ହଜାରରୁ ଅଧିକ ଗାଡ଼ି ଫସିରହିଥିବା ଜଣାପଡିଛି । ଅନ୍ୟପଟେ ପାଣିପାଗ ଖରାପ ଯୋଗୁଁ ଶ୍ରୀନଗରର ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ  ଉଡାଣ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *