ଶ୍ରୀ ଶ୍ରୀ କାନନେଶ୍ୱର ଦେବ ସଂସ୍ଥାନ ଦ୍ୱାରା ମହାଯଜ୍ଞର ଶୁଭାରମ୍ଭ
କାନନ ବିହାର ପଟିଆ , ତା. ୧୮/0୨ /୨0୨୫ , ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ସଚିବାନନ୍ଦ ଧଳ ଙ୍କ ପରିଚାଳନାରେ ମନ୍ଦିରର ୩0ତମ ବାର୍ଷିକ ମହୋତ୍ସବ-୨0୨୫ ଶୁଭାରମ୍ଭ ହୋଇଅଛି , ଏହି ମହାଯଜ୍ଞର ପୂର୍ଣ୍ଣାହୁତି ତା. ୨୧ /0୨/୨0୨୫ ଶୁକ୍ରବାର ସନ୍ଧ୍ୟା ଘ. ୬.୩0 ମି. ସମୟରେ ପାଳନ କରାଯିବ |ତା. ୧୯/0୨ /୨0୨୫ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଭଜନ ସମାରୋହ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ରୀମତୀ ଆନନ୍ଦିତ ଦାସ ଓ ଶ୍ରୀମତୀ ଝରଣା ମିଶ୍ର ପରିବେଶଣ କରିବେ | ତା.୨0/0୨ /୨0୨୫ ସନ୍ଧ୍ୟାରେ ପ୍ରବଚକ ଡ଼. ଆଶୁତୋଷ ପ୍ରସାଦ ମିଶ୍ର ଆଶ୍ରୁ ବଚନ ପରିବେଶଣ କରିବେ ଏବଂ ତା. ୨୧ /0୨/୨0୨୫ ରେ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଛି ବୋଲି ସମ୍ପାଦକ ଶ୍ରୀ ଦେବେନ୍ଦ୍ର ଯଥ ସ୍ୱାଇଁ , ଶ୍ରୀ ଅଜୟ କୁମାର ସାହୁ ,ଶ୍ରୀ କୃପାନିଧି ବିଶ୍ୱାଳ ପ୍ରମୁଖ ସଦସ୍ୟଗଣ ପ୍ରକାଶ କରିଛନ୍ତି |ଏହି ମହାଯଜ୍ଞରେ ସ୍ଥାନୀୟ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଆହ୍ୱାନ କରିଛନ୍ତି |

