ଢେଙ୍କାନାଳରେ ସିରିଜ୍ ଦୁର୍ଘଟଣା
ସୋମବାର ରାତିରେ କମାକ୍ଷାନଗର ଉପଖଣ୍ଡରୁ ଢେଙ୍କାନାଳ ମୁଖ୍ୟରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ ଚାଲୁଥିଲା। ହେଲେ ସେଠାରେ କୌଣସି ସୂଚନା ଫଳକ କିମ୍ଵା ରୋଡ୍ ବ୍ରେକର୍ ଲଗାଯାଇ ନଥିଲା। ଫଳରେ ରେକୁଳା ଠାରେ ରାସ୍ତାରେ ଥୁଆ ହୋଇଥିବା ପିଚୁ ଟ୍ରକ୍କୁ ଏକ ବାଇକ୍ ଆସି ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରେ ଆଉ ଏକ ହାଇୱା ଆସି ପିଚୁ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରମିକ ସହିତ ପୂର୍ତ୍ତ ବିଭାଗର କ୍ଷୀରୋଦ ସାହୁ ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ଡାକ୍ତରଖାନାରେ କ୍ଷୀରୋଦଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।ତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଢେଙ୍କାନାଳ କାମାକ୍ଷାନଗର ରାସ୍ତା ଅବରୋଧ କରିଛନ୍ତି।

