ତମ୍ବା କାରଖାନା ବସାଇବ ଜେଏସ୍ଡବ୍ଲ୍ୟୁ
ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର୍ରେ ଏକ ଖବର ପ୍ରକାଶ ପାଇଛି। ରାଜ୍ୟରେ ଇସ୍ପାତ ଏବଂ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ପ୍ରକଳ୍ପ ପରେ କମ୍ପାନି ତମ୍ବାରେ ନିବେଶ କରିବାକୁ ଯାଉଛି।ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ତମ୍ବା ସ୍ମେଲଟର ପ୍ରତିଷ୍ଠା କରିବ। ୨୦୮-୨୯ ସୁଦ୍ଧା ତାହା ସ୍ଥାପନ ହେବ। ଏହି ପ୍ରକଳ୍ପରେ କମ୍ପାନି ୧୨ ହଜାର କୋଟି ଟଙ୍କା ନିବେଶ କରିବ। ପର୍ଯ୍ୟାୟକ୍ରମେ ପ୍ରକଳ୍ପ କ୍ଷମତାକୁ ୨୦୩୩-୩୪ ସୁଦ୍ଧା ୧ ନିୟୁତ ଟନ୍କୁ ବଢ଼ାଇବ।ଓଡ଼ିଶା ପ୍ରକଳ୍ପ ଜରିଆରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବ। ରାଜ୍ୟରେ କମ୍ପାନି ସ୍ଥାପନ କରିବାକୁ ଥିବା ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ପ୍ରକଳ୍ପ ପାଇଁ ଫିଡ୍ଷ୍ଟକ୍ ଭାବେ ଏହି ସ୍ମେଲଟରରୁ ତମ୍ବା ଉତ୍ପାଦନ କରାଯିବ।

