ବ୍ୟବସାୟ ଏବଂ ଅର୍ଥନୀତି

ବଦଳିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ ଏବେ ଅଛି କେତେ

Spread the love

ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ମେ ୨୪ରେ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତଦନୁସାରେ ବିହାର ସମେତ ଦେଶର ଅନେକ ରାଜ୍ୟରେ ଆଜି ପେଟ୍ରୋଲ ଶସ୍ତା ହୋଇଛି । ଏହା ବ୍ୟତୀତ କିଛି ଏମିତି ରାଜ୍ୟ ଅଛି ଯେଉଁଠି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନି । ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍…

ଆଜି ଭାରତର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ . ୬୯ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ . ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୯୦ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୪୯ ପଇସା ରହିଛି ।

Leave a Reply

Your email address will not be published. Required fields are marked *