ରାଜ୍ୟ

ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

Spread the love

ନାବାଳିକା ଝିଅଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ ମସିହା ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ ନବ କିଶୋର ମାଝୀ ।  ଏଥି ସହ ପ୍ରମାଣ ନଷ୍ଟ କରିବାକୁ ମୃତଶରୀରକୁ ଏକ ସ୍କୁଲର ପାଇଖାନା ସେଫଟି ଟ୍ୟାଙ୍କରେ ପକାଇଥିଲେ ଅଭିଯୁକ୍ତ ।  ବିଦ୍ୟାଳୟ କତ୍ତୃପକ୍ଷ ସେଫଟି ଟ୍ୟାଙ୍କ ନିକଟରେ ରକ୍ତ ଛିଟା ଦେଖି ପୋଲିସକୁ ଖବର ଦେଇଥିଲେ ।  ପୋଲିସ ମୃତ ଶରୀର ଉଦ୍ଧାର କରିବା ପରେ ପିଡିତାଙ୍କ ମାମୁ ମୃତଦେହ କୁ ଚିହ୍ନଟ କରିଥିଲେ ।  ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତି କରି ପୋଲିସ ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ନବ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଆଡ଼ହକ ପୋକ୍ସୋ ଅଦାଲତ ।  ୪୦ ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ନବ କିଶୋର ଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଡ଼ହକ ପୋକ୍ସୋ ବିଚାରପତି ବିଜୟ କୁମାର ଜେନା ।  ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଛନ୍ତି ।

 

Leave a Reply

Your email address will not be published. Required fields are marked *