ରାଜ୍ୟ

ଷୋଳମପୁର ରେ ମାଗଣା ଟେଲରିଙ୍ଗ ଶିକ୍ଷା କେନ୍ଦ୍ର ଉଦ୍ଘାଟିତ

Spread the love

 

ଜଗାକାଳିଆ ଚାରିଟେବଲ ଫାଉଣ୍ଡେସନର ମହାନ କାର୍ଯ୍ୟ
ଭଣ୍ଡାରିପୋଖରୀ,୯/୩(ଆ.ପ୍ର); ଏହି ବ୍ଲକ ଅଧିନ ଷୋଳମପୁର ରଘୁନାଥ ଜୀଉ ମନ୍ଦିର ପରିସରରେ ବିଶ୍ବ ମହିଳା ଦିବସ ଉପଲକ୍ଷେ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସରକାରୀ ସିକୃତୀ ପ୍ରାପ୍ତ ଜଗାକାଳିଆ ଚାରିରେଟେବଲ ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ଟେଲରିଙ୍ଗ ଶିକ୍ଷା କେନ୍ଦ୍ରର ଶୁଭ ଉଦ୍ଘାଟନୀ ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିନେଇ ଆୟୋଜିତ ସଭାକୁ ସାମ୍ବାଦିକ ବିଶ୍ବମ୍ବର ରାଉତ ସଂଯୋଜନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଫାଉଣ୍ଡେସନର ଚେୟରମ୍ୟାନ ତଥା ବରିଷ୍ଠ ବୈଜ୍ଞାନିକ ଉମାକାନ୍ତ ଜେନା,ସାହିତ୍ୟିକା ବନ୍ଦନା ସାହୁ, ମହିୟସୀ ମହିଳା ସାବିତ୍ରୀ ଦେବୀ,ପ୍ରଶିକ୍ଷକା ସୁବାସିନୀ ସାମଲ, ସମାଜସେବୀ ପ୍ରସନ୍ନ ଦେଓ,ତାରାକାନ୍ତ ଘଡ଼ାଇ,ରମାକାନ୍ତ ସାହୁ, ପଞ୍ଚାନନ ସାହୁ, ଗୁରୁ ଚରଣ ନାୟକ,ଶରତ ଚନ୍ଦ୍ର ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଉକ୍ତ ଅନୁଷ୍ଠାନ ପାଇଁ ଶ୍ରୀ ଜେନାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।ଆଖପାଖ ଅଂଚଳର ୫୦ ରୁ ଉର୍ଦ୍ଧ ମହିଳା ମାନେ ନାମ ପଞ୍ଜିକରଣ କରିବା ସହିତ ମେସିନ ଚଳାଇ ଥିଲେ। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ତାଲିମ ଗ୍ରହଣ କାରୀ ମହିଳା ମାନଙ୍କୁ ମାଗଣା ନାପକିନ ସହ ଖାତା,କଲମ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ମହିୟସୀ ବୃଦ୍ଧା ସାବିତ୍ରୀ ଦେବୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଫାଉଣ୍ଡେସନର ସଦସ୍ୟ ଭରତ ଜେନା ଅତିଥି ପରିଚୟ ଦେଇଥିବା ବେଳେ ସଦସ୍ୟ ବିଶ୍ୱ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *