ରାଶିଫଳ

ଆଜିର ରାଶିଫଳ

Spread the love

ମେଷ :  ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଭାଇ, ଭଉଣୀଙ୍କ କୌଣସି କାମ ହାସଲ ସକାଶେ ଘରେ ମତାନ୍ତର ସୃଷ୍ଟି ହୋଇପାରେ ।

ବୃଷ :  ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ୍‌ ହେବେ । ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।

ମିଥୁନ : କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର ବିଷୟ ହେବ । ପରିବହନ, ବ୍ୟବସାୟ ଓ ସଙ୍ଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।

କର୍କଟ :  ପାରିବାରିକ କ୍ଷେତ୍ରରେ କୌଣସି ଦୃଢ଼ ପଦକ୍ଷେପ ନେଲେ ଝାମେଲା ଅଧିକ ବଢ଼ି ଯାଇପାରେ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି ।

ସିଂହ : ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ଆଶା ନିରାଶାରେ ପରିଣତ ହୋଇପାରେ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ । ବନ୍ଧୁ ଗହଣରେ କିଛି କହିବା ବ୍ୟତୀତ ନୀରବତା ଅବଲମ୍ବନ ଗ୍ରହଣ କରିବା ଭଲ ହେବ ।

କନ୍ୟା :  ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିବ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ ।

ତୁଳା : ଅଳ୍ପ ଦିନର ପରିଚିତ ଲୋକଟି ଫାଇଦା ହାସଲ ସକାଶେ ସର୍ବଦା ଚେଷ୍ଟିତ ରହିପାରେ । କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଂଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ସାଧାରଣ କଥାରେ ପ୍ରତିବାଦ କରି ଟେନ୍ସନ୍‌କୁ ନିମନ୍ତ୍ରଣ କରିପାରନ୍ତି ।

ବିଛା :କିନ୍ତୁ ପିଲାମାନଙ୍କର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି ।

ଧନୁ :  ସମସ୍ୟା ସହ ଲଢ଼େଇ କରି କାର୍ଯ୍ୟ ହାତେଇବେ । ମାଲିମକଦ୍ଦମା, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଥଣ୍ଡା ରୋଗରେ ପୀଡ଼ା ପାଇପାରନ୍ତି ।

ମକର :  ଶତ୍ରୁମାନେ ସମସ୍ୟା ଭିତରକୁ ଠେଲି ଦେଇପାରନ୍ତି । ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ପ୍ରଯନତ୍ କରିପାରନ୍ତି ।

କୁମ୍ଭ :  ବନ୍ଧୁମାନଙ୍କ ସାହଚର୍ଯ୍ୟରେ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ । ସରକାରୀ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ ।

ମୀନ :  କଠିନ ଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ସାହାଯ୍ୟ ମନୋଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *