ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ
ଦିଲ୍ଲୀରେ ଜାଗୃତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ଆଜି ପଡିବ ହାତଗଣ୍ଠି । ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।ମାର୍ଚ୍ଚ ୮ ତାରିଖରେ ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି । ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗୃତି । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।

