ପାନ୍ ୨.୦ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରି
ଗତକାଲି ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ବୈଠକରେ ଆୟକର ବିଭାଗର ପାନ ୨.୦ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ୍)କୁ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍ ପାଇଁ ସାଧାରଣ ବ୍ୟବସାୟ ପରିଚୟପ୍ରଦାନକାରୀ କରିବା । ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ଖର୍ଚ୍ଚ ହେବ। ପ୍ରକଳ୍ପ ଦ୍ବାରା ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ । ଲୋକଙ୍କ ପାଖରେ ସହଜରେ ଏବଂ ତ୍ବରିତ ଭାବେ ମାନଯୁକ୍ତ ସେବା ଯୋଗାଣ ହେବ ।ଏଥିସହ ସେବା ମାନରେ ବି ଉନ୍ନତି ଆସିବ।
