ଜାନୁଆରୀ ୨ରେ ପାଳିତ ହେବ ବୋଉ ଦିବସ
ବୋଉ’ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ବୋଉ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉର ଅତୁଳନୀୟ ମମତାକୁ ମନେପକାଇବା ପାଇଁ ବୋଉ ଫାଉଣ୍ଡେସନ ପକ୍ଷରୁ ପାଳିତ ହେବାକୁ ଯାଉଛି “ବୋଉ ଦିବସ” । ଓ ଡ଼ିଆ ଜାତିର ଅନନ୍ୟ ପରିଚୟ ‘ବୋଉ’ ଶବ୍ଦକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜାନୁଆରୀ ୨ ତାରିଖକୁ ବୋଉ ଦିବସ ପାଳନ କରାଯାଉଛି ।ଚଳିତବର୍ଷ ୧୦ ତମ ବୋଉ ଦିବସ ପାଳନ ହେବାକୁ ଥିବା ବେଳେ ୫୫ ତମ ଇଣ୍ଟରନ୍ୟାସନାଲ ଫିଲ୍ମ୍ ଫେଷ୍ଟିଭାଲ ଅଫ ଇଣ୍ଡିଆ ପାନୋରମାରେ ସାମିଲ ହୋଇଥିବା ପ୍ରାମାଣିକ ଚଳଚ୍ଚିତ୍ର ମୋ ବୋଉ ମୋ ଗାଁଟି ପ୍ରଦର୍ଶିତ ହେବ, ଏହି ଚଳଚିତ୍ର ଯାହା ଆମ ଅତୀତ ଆଉ ଆମ ଗାଁର ସ୍ମୃତିକୁ ମନେ ପକାଇବ ବୋଲି ଆଜିର ବୋଉ ଫାଉଣ୍ଡେସନ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବିଶିଷ୍ଟ ଓଡ଼ିଆ ସିନେ ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।
