ଦେଶ ବିଦେଶ

ଲୋହିତ ସାଗରରେ ବୁଡ଼ିଗଲା ଏକ ଯାତ୍ରୀବାହୀ ପର୍ଯ୍ୟଟନ ଡଙ୍ଗା

Spread the love

ଲୋହିତ ସାଗରରେ ବୁଡ଼ିଗଲା ଏକ ଯାତ୍ରୀବାହୀ ପର୍ଯ୍ୟଟନ ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣ ଯାତ୍ରୀ ନିଖୋଜ ଥିବା ଇଜିପ୍ଟର ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଭର୍ଣ୍ଣର ଅମ୍ର ହନାଫି କହିଛନ୍ତି ଯେ ଉଦ୍ଧାର କର୍ମଚାରୀମାନେ ଉପକୂଳବର୍ତ୍ତୀ ସହର ମାର୍ସା ଆଲାମର ଦକ୍ଷିଣରେ ଡଙ୍ଗାରୁ ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି । କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ନିଆଯାଇଛି ।ଲୋହିତ ସାଗର ଗଭର୍ଣ୍ଣରେଟ୍ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଗଭର୍ଣ୍ଣର ଅମ୍ର ହନାଫି ଡଙ୍ଗା ବୁଡ଼ିଥିବା ସ୍ଥାନ ପରିଦର୍ଶନ କରିଛନ୍ତି ।ବର୍ତ୍ତମାନ ସୁଦ୍ଧା ଡଙ୍ଗା କାହିଁକି ବୁଡ଼ିଲା, ତାହା ସ୍ପଷ୍ଟ ହୋଇନାହିଁ । ଏହାର ନିର୍ମାତାଙ୍କ ୱେବସାଇଟରୁ ଜଣାପଡ଼ିଛି ଯେ ୨୦୨୨ରେ ନିର୍ମିତ ଏହି ଡଙ୍ଗାରେ ୩୬ ଜଣ ଯାତ୍ରୀ ବସିବାର କ୍ଷମତା ଥିଲା ।

Leave a Reply

Your email address will not be published. Required fields are marked *