ନିଶାରେ ଘର ଜାଳିଦେଲେ ଦୁଇ ଭାଇ
ଗତକାଲି ନୀଳଗିରି ଏନଏସି ୧୧ ନମ୍ବର ୱାର୍ଡ ବାଣପୁର ଗ୍ରାମର ସ୍ବର୍ଗତ ରବୀନ୍ଦ୍ର ବିଶ୍ବାଳଙ୍କ ଦୁଇ ପୁଅ ସନ୍ଧ୍ୟା ସମୟରେ ନିଶାଗ୍ରସ୍ଥ ଅବସ୍ଥାରେ ଘରକୁ ଆସି ଝଗଡା ଲାଗିଥିଲେ । ଏହା ପରେ ଘରେ ନିଆଁ ଲଗାଇଦେଇଥିଲେ । ଫଳରେ ସମ୍ପୂର୍ଣ୍ଣ ତିନି ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । ପରେ ଉଭୟ ଭାଇ ଝଗଡା ଲାଗିବା ସହିତ ବୁଢୀ ମାଙ୍କୁ ମଧ୍ୟ ମାର ଧର କରିଥିଲେ । ଖବର ପାଇ ନୀଳଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କରିବା ସହ ନୀଳଗିରି ପୋଲିସକୁ ଅବଗତ କରିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଜବତ କରିବା ସହ ଥାନାରେ ଅଟକ ରଖିଛି । କିଏ କାହିଁକି ଘରେ ନିଆଁ ଲଗାଇଲା ତାର ତଦନ୍ତ ଆରମ୍ଭ କରିଛି ।

