ସମୁଦ୍ରକୂଳ ନିକଟ ଶିପସରୁବାଲି ମୌଜାରେ ବେଆଇନ ଭାବେ ନିର୍ମିତ ୩୦ ବ୍ୟବସାୟିକ ଅଟ୍ଟାଳିକାରେ ତାଲା ପକାଇବାକୁ ନୋଟିସ ଜାରି
ପୁରୀ ସମୁଦ୍ରକୂଳର ୩୦ ବେଆଇନ ଅଟ୍ଟାଳିକା ସିଲ୍ କରିବାକୁ ନୋଟିସ ଜାରି କରାଯାଇଛି। ଗୃହ ନିର୍ମାଣ ଅନୁମତି ବିନା ନିର୍ମିତ ଏହିସବୁ କୋଠା ମାଲିକଙ୍କୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସମୁଦ୍ରଠାରୁ ୫୦୦ ମିଟର ମଧ୍ୟରେ ଏହିସବୁ କୋଠାଗୁଡ଼ିକୁ ଅନଧିକାର ଭାବେ ନିର୍ମାଣ କରାଯାଉଛି। ଓଡ଼ିଶା ଉପକୂଳବର୍ତ୍ତୀ ପରିଚାଳନା ପ୍ରାଧିକରଣଠାରୁ ସେମାନେ ସିଆରଜେଡ୍ କ୍ଲିୟରାନ୍ସ ନେଇନାହାନ୍ତି। ବେଆଇନ କୋଠାଗୁଡ଼ିକୁ ତାଲା ପକାନଯିବ ନୋଟିସ ପାଇବାର ସାତ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୋଠା ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। ନଚେତ୍ ସେସବୁ ବେଆଇନ କୋଠାରେ ତାଲା ପକାଯିବ ବୋଲି ପିକେଡିଏ ସଚିବ ମାୟାଧର ବେହେରା କହିଛନ୍ତି।
