ରାଜ୍ୟ

ସମୁଦ୍ରକୂଳ ନିକଟ ଶିପସରୁବାଲି ମୌଜାରେ ବେଆଇନ ଭାବେ ନିର୍ମିତ ୩୦ ବ୍ୟବସାୟିକ ଅଟ୍ଟାଳିକାରେ ତାଲା ପକାଇବାକୁ ନୋଟିସ ଜାରି

Spread the love

ପୁରୀ ସମୁଦ୍ରକୂଳର ୩୦ ବେଆଇନ ଅଟ୍ଟାଳିକା ସିଲ୍‌ କରିବାକୁ ନୋଟିସ ଜାରି କରାଯାଇଛି। ଗୃହ ନିର୍ମାଣ ଅନୁମତି ବିନା ନିର୍ମିତ ଏହିସବୁ କୋଠା ମାଲିକଙ୍କୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସମୁଦ୍ରଠାରୁ ୫୦୦ ମିଟର ମଧ୍ୟରେ ଏହିସବୁ କୋଠାଗୁଡ଼ିକୁ ଅନଧିକାର ଭାବେ ନିର୍ମାଣ କରାଯାଉଛି। ଓଡ଼ିଶା ଉପକୂଳବର୍ତ୍ତୀ ପରିଚାଳନା ପ୍ରାଧିକରଣଠାରୁ ସେମାନେ ସିଆରଜେଡ୍ କ୍ଲିୟରାନ୍ସ ନେଇନାହାନ୍ତି। ବେଆଇନ କୋଠାଗୁଡ଼ିକୁ ତାଲା ପକାନଯିବ ନୋଟିସ ପାଇବାର ସାତ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୋଠା ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। ନଚେତ୍ ସେସବୁ ବେଆଇନ କୋଠାରେ ତାଲା ପକାଯିବ ବୋଲି ପିକେଡିଏ ସଚିବ ମାୟାଧର ବେହେରା କହିଛନ୍ତି।

ସୂଚନା ଅନୁଯାୟୀ, ଶତାଧିକ ବେଆଇନ ନିର୍ମାଣକାରୀଙ୍କ ତାଲିକା ପିକେଡିଏ ପକ୍ଷରୁ ଓଡ଼ିଶା ଉପକୂଳ ଅଞ୍ଚଳ ପରିଚାଳନା ପ୍ରାଧିକରଣକୁ ପ୍ରଦାନ କରାଯାଇଛି। ପିକେଡିଏ ସଚିବ ଶ୍ରୀ ବେହେରା କହିଛନ୍ତି, ଅନଧିକାର ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ କୋଠା ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। କେତେକ କୋଠା ମାଲିକ ଏହି ନିର୍ଦେଶ ମାନୁନାହାନ୍ତି। ସେସବୁ ବେଆଇନ ନିର୍ମିତ ବ୍ୟବସାୟିକ ଅଟ୍ଟାଳିକାଗୁଡ଼ିକ ସିଲ୍ କରାଯିବ। ଏହା ପୂର୍ବରୁ କାରଣ ଦର୍ଶାଇବାକୁ ସେମାନଙ୍କୁ ସାତଦିନିଆ ନୋଟିସ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *