ମୁଖ୍ୟ ଖବର

କନ୍ଧମାଳ ଜିଲାକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ

Spread the love

କନ୍ଧମାଳ ଜିଲାକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ। ସର୍ବନିମ୍ନ ତାପମାତ୍ରା ହ୍ରାସ ଯୋଗୁଁ ସକାଳେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ସାମାନ୍ୟ ତାପମାତ୍ରା ରହୁଥିବାବେଳେ ରାତିରେ ଶୀତ ଲାଗୁଛି।ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳ‌ରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି।ପୁଣି ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି।

Leave a Reply

Your email address will not be published. Required fields are marked *