ମୁଖ୍ୟ ଖବର

ପିଲାଙ୍କ ଆତ୍ମହତ୍ୟା ରୋକିବାକୁ ‘ସୁପ୍ରିମ୍‌’ ଟାସ୍କଫୋର୍ସ

Spread the love

ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ହଷ୍ଟେଲ ଆଦିରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । କୃଷି ସମସ୍ୟା ସହ ବୃଦ୍ଧି ହେଉଥିବା କୃଷକଙ୍କ ତୁଳନାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଅଧିକ ଉଦ୍‌ବେଗଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଶୈଖିକ ସଂସ୍ଥାନ ତଥା ଏହାର କ୍ୟାମ୍ପସ୍‌ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ଦୂର କରି ଆତ୍ମହତ୍ୟାରୁ ରୋକିବା ଲାଗି ସର୍ବୋଚ୍ଚ ଅଦାଲତ ଏକ ଜାତୀୟ ଟାସ୍କ ଫୋର୍ସ (ଏନ୍‌ଟିଏଫ୍‌) ଗଠନ କରିଛନ୍ତି ।ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ ଏକ ବିସ୍ତୃତ ରିପୋର୍ଟ  ପ୍ରସ୍ତୁତ କରିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିବା ପଛର ପ୍ରମୁଖ କାରଣ ଚିହ୍ନଟ କରାଯିବ । ଏଥିରେ ର‌୍ୟାଗିଂ, ଜାତି ଆଧାରିତ  ଭେଦଭାବ, ଲିଙ୍ଗ ଆଧାରିତ ଭେଦଭାବ, ଯୌନ ଉତ୍ପୀଡ଼ନ, ଶିକ୍ଷା ଜନିତ ଚାପ, ଆର୍ଥିକ ସମସ୍ୟା ସମେତ ଧାର୍ମିକ ବିଶ୍ୱାସ ବା ଅନ୍ୟ  କୌଣସି ପ୍ରସଙ୍ଗ ସହ ଜଡ଼ିତ ଭେଦଭାବ ଆଦି ସାମିଲ । କେବଳ  ଏତିକି ନୁହେଁ, ଏହି ଟାସ୍କଫୋର୍ସ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ତ୍ତମାନ  ଲାଗୁ ଥିବା ଆଇନ, ନୀତି ଏବଂ ସଂସ୍ଥାଗତ ଢାଞ୍ଚାର ପ୍ରଭାବଶୀଳତାର  ମଧ୍ୟ ଗମ୍ଭୀର ଭାବେ ମୂଲ୍ୟାଙ୍କନ କରିବ । ସେହି ଢାଞ୍ଚା ପିଲାଙ୍କ  ସାମ୍‌ନାକୁ ଆସୁଥିବା ଆହ୍ୱାନର ସମାଧାନ ପାଇଁ ପର୍ଯ୍ୟାପ୍ତ କି ନାହିଁ  ତାହାର ସମୀକ୍ଷା କରିବ । ଆବଶ୍ୟକ ପଡ଼ିଲେ ସେଠାରେ ସୁରକ୍ଷା  ବ୍ୟବସ୍ଥାକୁ ମଜଭୁତ କରିବାକୁ ଟାସ୍କଫୋର୍ସ ଉପଯୁକ୍ତ ସୁପାରିସ୍‌  କରିବ । ୪ ମାସରେ ଟାସ୍କଫୋର୍ସ ଶିକ୍ଷାନୁଷ୍ଠାନଗୁଡ଼ିକର ସୁରକ୍ଷା  ବ୍ୟବସ୍ଥା ସମ୍ପର୍କିତ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିବ । ଚୂଡାନ୍ତ  ରିପୋର୍ଟ ୮ ମାସ ଭିତରେ ଦାଖଲ କରାଯିବ ।

Leave a Reply

Your email address will not be published. Required fields are marked *