ଭାରତ

ଦିଲ୍ଲୀରେ ଦର୍ଶକଙ୍କ ହୃଦୟ ଜିତିଲା ଓଡ଼ିଶାର ଲୋକନୃତ୍ୟ

Spread the love

ନୂଆଦିଲ୍ଲୀରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧିନରେ ମହାରାଷ୍ଟ୍ର ସଦନରେ ସାଂସ୍କୃତିକ ମହୋତ୍ସବ “ଲୋକ ସଂସ୍କୃତି ମହୋତ୍ସବ” ଆୟୋଜନ କରାଯାଇଥିଲା।ମହୋତ୍ସବରେ ମହାରାଷ୍ଟ୍ରର ‘ଢୋଲ୍ ବୋହଡା’ ନୃତ୍ୟ ଏବଂ ଓଡ଼ିଶାର ‘ବାଜସାଲ’ ଲୋକନୃତ୍ୟ ଉପସ୍ଥିତ ଦର୍ଶକଙ୍କ ହୃଦୟ ଜିତିଥିଲା। ମହାରାଷ୍ଟ୍ର ସଦନ ସଚିବ ଏବଂ ଆବାସିକ କମିଶନର ଆର. ବିମଳାଙ୍କ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ସହକାରୀ ଆବାସିକ କମିଶନର ଡକ୍ଟର ରାଜେଶ ଆଡପାୱାର, ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଦାୟିତ୍ୱରେ ଥିବା ଉପନିର୍ଦ୍ଦେଶକ ଅମରଜ୍ୟୋତ କୌର ଆରୋରା, ଦିଲ୍ଲୀର ମରାଠୀ ମଣ୍ଡଳର ସଦସ୍ୟ ଏବଂ ମରାଠୀ ଓଡ଼ିଆ ଦର୍ଶକମାନେ କାର୍ଯ୍ୟକ୍ରମର ମଜା ନେଇଥିଲେ।

Leave a Reply

Your email address will not be published. Required fields are marked *