ଦେଶ ବିଦେଶଭାରତମହାନଗର

ମୁମ୍ବାଇ ଭଳି ବିରାଟ ସହର ରେ ଏବେ ଆସୁଛି ଓଡିଶା ର ଝଲକ, ପାଳନ ହେଉଛି କୁମାର ପୂର୍ଣ୍ଣିମା |

Spread the love

ଗାଁ ଠୁ ସହର, ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର | ମୁମ୍ବାଇ ଭଳି ବିରାଟ ସହର ରେ ଏବେ ଆସୁଛି ଓଡିଶା ର ଝଲକ | ଆଜି ହେଉଛି କୁମାର ପୁର୍ଣିମା |କୁମାରୀ ମାନଙ୍କ ପାଇଁ ଦିନ ଟିଏ | ନଭି ମୁମ୍ବାଇର ଖାରଘର ଓଡିଆ ସମୁଦାୟ ଦ୍ୱାରା ହାଇଡ୍ ପାର୍କ ସି.ଏଚ୍.ଏସ୍‌ରେ କୁମାର ପୂର୍ଣ୍ଣିମା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ଡ଼ ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ପ୍ରାୟ ୩୦ଟି ଓଡିଆ ପରିବାର ଏହି ଆୟୋଜନରେ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ୟକ୍ରମ, ପୂଜା ପାଠ ଓ ବିଭିନ୍ନ ଆନନ୍ଦମୟ କାର୍ୟକଳାପ ସହ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମୃତୁଞ୍ଜୟ ପତି ଓ ବିଷ୍ଣପ୍ରିୟା ପତି ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାହୁ, ସୁଶାନ୍ତ କୁମାର ଦାଶ, କେ ସି ସାହୁ, ବକୁନାଥ ସାହୁ, ଧର୍ମେନ୍ଦ୍ର କର, ରଂଜିତା ହୋତା, ଚିନ୍ମ ୟୀ କର ଏହି ଉତ୍ସବକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

Leave a Reply

Your email address will not be published. Required fields are marked *