ଦେଶ ବିଦେଶ

ରଦ୍ଦ ହେଲା ‘ଗ୍ରୀଷ୍ମକାଳୀନ ଅବକାଶ’, କୁହାଯିବ ଆଂଶିକ କାର୍ଯ୍ୟ ଦିବସ

Spread the love

ସୁପ୍ରିମକୋର୍ଟ ‘ଗ୍ରୀଷ୍ମକାଳୀନ ଅବକାଶ’ର ନାଁ ବଦଳାଇ ଦେଇଛନ୍ତି । ଏବେ ଏହା ‘ଆଂଶିକ କାର୍ଯ୍ୟ ଦିବସ’ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରୂପେ ଜଣାଯିବ । ନିଜ ରିଟାୟାରମେଣ୍ଟର କିଛି ଦିନ ପୂର୍ବରୁ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ସମାପ୍ତ କରିଦେଇଛନ୍ତି । ଏବେ କେବଳ ଆଂଶିକ କାର୍ଯ୍ୟ ଦିବସ ରହିବ ବୋଲି ସେ କହିଛନ୍ତି ।ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିବର୍ଷ ଏହି ଦୁଇଟି ଅଧିବେଶନ ପାଇଁ ବସିବ । ପ୍ରଥମ ଅଧିବେଶନ ଆଂଶିକ କାର୍ଯ୍ୟ ଦିବସ ସହ ଆରମ୍ଭ ହେବ, ଯାହା ଶୀତକାଳୀନ ଅବକାଶର ଠିକ୍ ପୂର୍ବ ଦିନ ସମାପ୍ତ ହେବ । ଦ୍ଵିତୀୟ ଅଧିବେଶନ ଶୀତକାଳୀନ ଅବକାଶ ଶେଷରୁ ଆରମ୍ଭ ହେବ ।ନୂତନ ବର୍ଷ ୨୦୨୫ର ନ୍ୟାୟାଳୟ କ୍ୟାଲେଣ୍ଡରରେ ଗ୍ରୀଷ୍ମକାଳୀନ ଅବକାଶକୁ ‘ଆଂଶିକ କାର୍ଯ୍ୟ ଦିବସ’ ରୂପେ ନାମିତ କରାଯାଇଛି । ତୁରନ୍ତ ଲାଗୁ ହୋଇଥିବା ସଂଶୋଧିତ ନିୟମ ଅନୁସାରେ, ଆଂଶିକ କାର୍ଯ୍ୟ ଦିବସ ୨୦୨୫ ମେ’ ୨୬ରୁ ଆରମ୍ଭ ହେବ ଏବଂ ପୂର୍ଣ୍ଣ କାର୍ଯ୍ୟ ଦିବସ ଜୁଲାଇ ୧୪ରୁ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *