ମହାନଗର

ପ୍ରଥମ ଥର ପାଇଁ କଟକର ଐତିହାସିକ ବାଲିଯାତ୍ରାକୁ ଆସିବେ ୧୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ

Spread the love

ପ୍ରଥମ ଥର ପାଇଁ କଟକର ଐତିହାସିକ ବାଲିଯାତ୍ରାକୁ ଆସିବେ ୧୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧି। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କ ଆସିବା ନେଇ ରାଜ୍ୟ ସରକାରଙ୍କୁ ଜଣାଇଛି। ଫଳରେ ସେମାନଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ କରାଯିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସେମାନେ ବାଲିଯାତ୍ରାକୁ ଆସିବା ସହ କୋଣାର୍କ, କଟକ ସହରର ବିଭିନ୍ନ ଐତିହାସିକ ସ୍ଥାନ, ଲଳିତଗିରି, ମାଣିଆବନ୍ଧ ଆଦି ସ୍ଥାନ ବୁଲିବେ। ଆମ ସଂସ୍କୃତି, ପରମ୍ପରା ଓ ତାଙ୍କ ଦେଶର କଳା, ସଂସ୍କୃତି ପରମ୍ପରାର ଭାବ ବିନିମୟ ଓ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେବେ। ନେପାଳ, ଭୁଟାନ୍‌, ବାଂଲାଦେଶ, ମିୟାଁମାର୍‌ ଭଳି ବିମ୍‌ଷ୍ଟେକ୍‌ ଓ ଏସିଆନ୍‌ ଦେଶର ରାଷ୍ଟ୍ରଦୂତ ମାନେ ଆସିବେ ବୋଲି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। କିନ୍ତୁ କିଏ କିଏ ଆସିବେ ଓ କେଉଁ କେଉଁ ସ୍ଥାନକୁ ସେମାନଙ୍କୁ ବୁଲିବା ପାଇଁ ନିଆଯିବ ସେ ସଂପର୍କରେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *