କାର୍ତ୍ତିକରେ କନ୍ଦାଉଛି ପରିବା ଦର
ଧର୍ମ ମାସ କାର୍ତ୍ତିକ ଚାଲିଛି। ସେଥିଲାଗି ଘରେ ଆମିଷ ପଶୁନି। କାର୍ତ୍ତିକ ମାସ ପୂର୍ବରୁ ୩୦୦ରୁ ୪୦୦ ଟଙ୍କାର ପରିବା କିଣିଲେ ଆରାମରେ ଚଳିଯାଉଥିଲେ। ଏବେ ସପ୍ତାହକୁ ୭୦୦ରୁ ୮୦୦ ଟଙ୍କା ଖର୍ଚ୍ଚ ହେଉଛି। ଏବେ ବାଇଗଣ କିଲୋ ପିଛା ଦର ୮୦ ଟଙ୍କାରେ ପହଞ୍ଚିଛି। କଲରା ୮୦ ଟଙ୍କା ଥିବା ବେଳେ ହାଇବ୍ରିଡ୍ କାଙ୍କଡ଼ ୮୦, ଦେଶୀ କାଙ୍କଡ଼ ୧୬୦, ବିନ୍ ୧୨୦, ଖମ୍ବଆଳୁ ୮୦, ଟମାଟୋ ୮୦, କଞ୍ଚାଲଙ୍କା କେଜି ୨୦୦, ଫୁଲକୋବି (ଛୋଟ) ୪୦, ସଜନା ଛୁଇଁ କେଜି ୧୬୦, ଗାଜର ୧୦୦ ଟଙ୍କା, ଜହ୍ନି କେଜି ୫୦, ଅମୃତଭଣ୍ଡା କେଜି ୩୦ରୁ ୪୦, ସାରୁ କେଜି ୪୦ ଟଙ୍କା ରହିଛି। ଦେଶୀ ଆଳୁ ଦର ମଧ୍ୟ ଚଢ଼ା ରହିଛି। କାର୍ତ୍ତିକ ମାସ ପୂର୍ବରୁ ୨୦ ଟଙ୍କାରେ ୪ ବିଡ଼ା କୋଶଳା ଶାଗ ବିକ୍ରି ହେଉଥିଲା। ଏବେ ବିଡ଼ାଏ ଶାଗକୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଏବେ ପନିପରିବା ଦର ଯେଉଁଭଳି ରହିଛି ଆଗକୁ ପଞ୍ଚୁକ ପ୍ରଭାବିତ ହେବ। ଡାଲମାରେ କେବଳ ଡାଲି ଥିବ,ସାରୁ କି ଆଉ କୌଣସି ପରିବା ଦେଖିବାକୁ ମିଳିବ ନାହିଁ।ଏଭଳି ସ୍ଥିତିରେ ପରିବା ଦର ଖାଉଟିଙ୍କୁ କନ୍ଦାଉଛି।
