SEBI ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ନେବେ ତୁହିନ କାନ୍ତ ପାଣ୍ଡେ
ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି | ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ ।ମାଧବୀ ପୁରୀ ବୁଚଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧ରେ ସରିବ । ମାଧବୀ ପୁରୀ ବୁଚ୍ ୨ ମାର୍ଚ୍ଚ, ୨୦୨୨ରେ ସେବି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ SEBIର ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସେୟାର ବଜାର ଏବଂ ପୁଞ୍ଜି ବଜାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା ।ତୁହିନ କାନ୍ତ ପାଣ୍ଡେ ଅର୍ଥ ମନ୍ତ୍ରଣାଳୟରେ ଅର୍ଥ ଏବଂ ରାଜସ୍ୱ ସଚିବ ଭାବରେ କାର୍ଯ୍ୟ କରୁଥିଲେ ।କ୍ୟାବିନେଟର ନିଯୁକ୍ତି କମିଟି ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରାରମ୍ଭିକ ଭାବରେ ତିନି ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ।

