ଦେଶ ବିଦେଶ

ହେଲିକପ୍ଟରରେ ଆସିଲା ୨୭ ମାଓବାଦୀଙ୍କ ମୃତଦେହ, ଅଧିକ ମୃତ ଆଶଙ୍କା

Spread the love

ହେଲିକପ୍ଟରରେ ନାରାୟଣପୁର ଆସିଲା ୨୭ ମାଓବାଦୀଙ୍କ ମୃତଦେହ ।  ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ଅପରେସନରେ ଟପ୍ ମାଓନେତା ବାସବରାଜ ସମେତ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।  ସମସ୍ତଙ୍କ ମୃତଦେହ ହେଲିକପ୍ଟରରେ ନାୟାରାଣପୁର ଅଣାଯାଇଛି ।  ଖରାପ ପାଗ ଯୋଗୁଁ ଗତକାଲି ମାଓବାଦୀଙ୍କ ମୃତଦେହ ଅଣାଯାଇ ପାରିନଥିଲା ।

୨୭ ମାଓବାଦୀଙ୍କ ନିପାତ ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।  ଆହୁରି ଅଧିକ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ମାଓବାଦୀ IED ଖଞ୍ଜିଥିବା ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସହ ଅତ୍ୟାଧୁନିକ ଅଟୋମେଟିକ ବନ୍ଧୁକ ଜବତ କରିଛି ସୁରକ୍ଷକର୍ମୀ ।

Leave a Reply

Your email address will not be published. Required fields are marked *