ଦେଶ ବିଦେଶ

ଭାରତ ଉପରୁ ହଟିଲା ପରମାଣୁ କଟକଣା

Spread the love

୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତର ଏହି ସଫଳତାରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆମେରିକା ଏହାକୁ ତୀବ୍ର ବିରୋଧ କରିଥିଲା। ଭାରତର ଏହି ସଫଳତାରେ କ୍ଷୁବ୍ଧ ଆମେରିକା ଭାରତ ଉପରେ ପରମାଣୁ କଟକଣା ଲଗାଇଥିଲା। ଏହି ପ୍ରକ୍ରିୟାରେ ଅନେକ ବେସାମରିକ ପରମାଣୁ କମ୍ପାନିକୁ ନିଷିଦ୍ଧ କରାଯାଇଥିଲା। ଏବେ ୨୬ ବର୍ଷରୁ ଅଧିକ ସମୟ ପରେ ଆମେରିକା ସରକାର ଏବେ ସେହି କଟକଣା ହଟାଇବାକୁ ଘୋଷଣା କରିବା ସହ ଏ ବାବଦ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି |ଏବେ ଏହି ସମସ୍ତ କଟକଣା ହଟାଯିବାକୁ ଆମେରିକା ଘୋଷଣା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *