ନିର୍ବାଚନୀ ବଣ୍ଡ୍କୁ ନେଇ ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ; ନିର୍ବାଚନୀ ବଣ୍ଡ୍କୁ ଅଦାଲତ ‘ଅସାମ୍ବିଧାନିକ’ ବୋଲି ଘୋଷଣା କରି ଏହାକୁ ରଦ୍ଦ କରି ଦେଇଛନ୍ତି
ନିର୍ବାଚନୀ ବଣ୍ଡ୍କୁ ନେଇ ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ନିର୍ବାଚନୀ ବଣ୍ଡ୍କୁ ଅଦାଲତ ‘ଅସାମ୍ବିଧାନିକ’ ବୋଲି ଘୋଷଣା କରି ଏହାକୁ ରଦ୍ଦ କରି ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ନିର୍ବାଚନ ହେବାକୁ ଥିବା ବର୍ଷରେ ହିଁ ନିର୍ବାଚନୀ ବଣ୍ଡ୍କୁ ଅଦାଲତ ରଦ୍ଦ କରିଦେବା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ଝଟ୍କା ବୋଲି ମତ ପ୍ରକାଶ ପାଇଛି। ନିର୍ବାଚନୀ ବଣ୍ଡ ଯୋଜନା ସମ୍ବିଧାନର ଧାରା ୧୯ (୧) (କ)କୁ ଉଲ୍ଲଂଘନ କରୁଛି ଏବଂ ଏହା ଅସାମ୍ବିଧାନିକ ବୋଲି ଖଣ୍ଡପୀଠ ରାୟରେ କହିଛନ୍ତି।

