ବ୍ୟବସାୟ ଏବଂ ଅର୍ଥନୀତି

୮. ୯୯ ଲକ୍ଷରେ ଲଞ୍ଚ ହେଲା Tata Nexon iCNG

Spread the love

ଟାଟା ମୋଟର୍ସ ଏହାର ନୂଆ ସେଗମେଣ୍ଟ ଟାଟା ନେକ୍ସନ୍ iCNG ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୮. ୯୯ ଲକ୍ଷ ଟଙ୍କା ରଖାଯାଇଛି । ଏହି ସବ୍-କଣ୍ଟାକ୍ଟ SUV Nexon CNG ଭାରିଆଣ୍ଟରେ ପରିଚିତ ହୋଇଛି । ଏହି ସେଗମେଣ୍ଟରେ ଟ୍ୱିନ୍ ସିଲିଣ୍ଡର ସେଟଅପ୍ ମିଳିଥାଏ ଏବଂ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ପ୍ରଦାନ କରାଯାଇଛି ।

ଟାଟା ନେକ୍ସନ୍ iCNG ର ୮ଟି ନୂଆ ଭରିଆଣ୍ଟ ଉପସ୍ଥାପିତ ହୋଇଛି, ଯେଉଁଥିରେ Smart(O), Smart+, Smart+S, Pure, Pure S, Creative, Creative+ ଏବଂ Fearless+PS ସାମିଲ ରହିଛି । ଏହା ସହିତ ଏହି ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୮. ୯୯ ଲକ୍ଷ ଟଙ୍କା ଏବଂ ଟପ୍ ଭାରିଆଣ୍ଟର ମୂଲ୍ୟ ୧୪. ୫୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍ ମୂଲ୍ୟ) ରେ ରଖାଯାଇଛି ।

ଟାଟା ନେକ୍ସନ୍ iCNG ର ଏକ ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏଥିରେ ଏକ ୧୦. ୨୫ ଇଞ୍ଚ ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ମଧ୍ୟ ଉପଲବ୍ଧ । ଏହା ସହିତ, ଏହା ସେପ୍ଟି ପାଇଁ ୩୬୦ ଡିଗ୍ରୀ କ୍ୟାମେରା, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ଭଏସ୍ କମାଣ୍ଡ ପାନୋରାମିକ୍ ସନରୁଫ୍ ଦିଆଯାଇଛି । ଏହି ଗାଡ଼ିର ସମସ୍ତ ଭରିଆଣ୍ଟରେ ୬ ଟି ଏୟାରବ୍ୟାଗ୍ ପ୍ରଦାନ କରାଯାଇଛି । ଏହା ସହିତ ଏହି ନୂଆ ଗାଡ଼ିରେ ଫ୍ରଣ୍ଟ ପାୱାର ୱିଣ୍ଡୋ, ହିଲ୍ ହଲ୍ କଣ୍ଟ୍ରୋଲ ଭଳି ଉନ୍ନତ ଫିଚର୍ସ ମଧ୍ୟ ଉପଲବ୍ଧ ରହିଛି ।

ଟାଟା ନେକ୍ସନ୍ iCNG ଭାରତର ପ୍ରଥମ CNG ଗାଡ଼ି ହୋଇପାରିଛି ଯାହା ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ସହିତ ଆସିଛି । ଏଥିରେ ୧. ୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଅଛି ଯାହା CNG ମୋଡ୍ ରେ ୧୦୦ps ଏବଂ ୧୭୦Nm ପାୱାର ଜେନେରେଟ କରେ । ଏହା ସହିତ ଏହାର ଡୁଆଲ୍ ସିଲିଣ୍ଡର ଟେକ୍ନୋଲୋଜି ଅଛି ଏବଂ CNG ମୋଡରେ ଏହାର ଫୁଏଲ୍ ଏଫିସିଏନ୍ସି କିଲୋଗ୍ରାମ ପ୍ରତି ୨୪ କିଲୋମିଟର

Leave a Reply

Your email address will not be published. Required fields are marked *