ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା
ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ପଟୁ ଆସୁଥିବା ବସ୍ ଗୁଡିକ ପାଇଁ ରାମଚଣ୍ଡି ଥାନା ନିକଟରେ ପାର୍କିଂ କରିବେ ।କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

