ଚାଷୀ ବେଶରେ ମଣ୍ଡି ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ
ହାଫ୍ ପ୍ୟାଣ୍ଟ୍କୁ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ | ୪ ତାରିଖ ଧାନ ବିକିବାକୁ ଟୋକନ୍ ମିଳିଛି । ଧାନ ଆଣିବି କି ବୋଲି ପଚାରିଥିଲେ । ହେଲେ ୧୬ ତାରିଖରେ ଧାନ ଆଣ ବୋଲି ମଣ୍ଡି ସମ୍ପାଦକ କହିଥିଲେ । ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି ମଧ୍ୟ କହିଥିଲେ। ହେଲେ ହାଫ୍ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନ ଥିଲେ, ଥିଲେ ଜିଲ୍ଲା ମୁଖିଆ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ ପୁଳାପୁଳା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏହାକୁ ଦେଖି ଖପ୍ପା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଏଥିସହ ସମ୍ପୃକ୍ତ ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

