ରାଜ୍ୟ

ଖରା ଆରମ୍ଭରୁ ପାଣି ସମସ୍ୟା

Spread the love

ଖରା ଆରମ୍ଭରୁ ପାଣି ସମସ୍ୟା । ତେଲ ନଦୀକୂଳରେ ଥାଇ ସୁଦ୍ଧା ଲୋକଙ୍କ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଲାଣି । ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଏଭଳି ପିଇବା ପାଣି ସମସ୍ୟା ଲାଗି ରହିଛି ।ଘରକୁ ଘର ସଂଯୋଗ ହୋଇଛି ଷ୍ଟାଣ୍ଡ ପୋଷ୍ଟ ହେଲେ କେତେବେଳେ ପାଣି ଆସୁଛି ତ ଆଉ କେତେବେଳେ ଆସୁନି ପାଣି ।କେଉଁଠି ଗରାଏ ପାଣି ପାଇଁ ନଳକୂପରେ ଲମ୍ବା ଲାଇନ ଲାଗୁଛି ତ କେଉଁଠେ ପାଣି ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ଦୂର ।ପାଣି ସମସ୍ୟା ଦୂର କରିବା ପାଇଁ ବାରମ୍ବାର ଆନ୍ଦୋଳନ ଓ ଅଭିଯୋଗ ପରେ ବି ଫଳ ଶୂନ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ମହକୁମା ହେଡ୍ କ୍ୱାଟର କୌଣସି ଉପାନ୍ତ ଅଂଚଳ ନୁହେଁ । ଏଠି ଦଶହଜାର ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସେମାନଙ୍କର ପିଇବା ପାଣି ପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତେଲନଦୀ କୂଳରେ ପ୍ରକଳ୍ପ ଅଛି ହେଲେ ପାଣି ସବୁ ପଡାକୁ ପହଞ୍ଚି ପାରୁନାହିଁ ।ସବୁ ଦିନ ଘଣ୍ଟେ ଦି ଘଣ୍ଟା ପାଣି ଆସୁଛି ଫଳରେ ପାଣି ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା କିଏ ପାଣି ପାଉଛି ତ ଆଉ କେହି ପାଣି ନ ପାଇ ନିରାଶ ହେଉଛି । ପାଣି ଗରାଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଶୀତ ଓ ବର୍ଷା ଦିନେ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି ଲୋକେ । କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ମାସ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ । ଏନେଇ ପାଣି ପାଇଁ ସକାଳରୁ ସଞ୍ଜ ଯାଏଁ ପାଣି ଗରାଏ ପାଣି ପାଇଁ ଲମ୍ବା ଲାଇନ ଲାଗୁଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ପାଣି ପାଇଁ ନିଜ ନିଜ ଭିତରେ କଳି ଝଗଡା ଭଳି ପରିସ୍ଥିତ ମଧ୍ୟ ସୃଷ୍ଟି ହେଉଛି । ବେଳ ଥାଉ ଥାଉ ସୁବିଧା ନ ହେଲେ ଆଗକୁ ଆହୁରି ଖରା ହେବ ତେଣୁ ସମାଧାନ ପାଇଁ ଅଭିଯୋଗ କରିଛନ୍ତି ଗାଁର ମହିଳାମାନେ ।

Leave a Reply

Your email address will not be published. Required fields are marked *