ଆଜିର ରାଶିଫଳ
ମେଷ : ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ଆତ୍ମୀୟଙ୍କ ସହ ଆଲୋଚନାରେ ସମୟ କଟାଇବେ ।
ବୃଷ : ଆଜି ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇ ଉଠିବ । ଅଟକି ରହିଥିବା କାମକୁ ପୂରାଦମ୍ରେ କରିବାର ନିଷ୍ପତ୍ତି ନେବେ । କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ ।
ମିଥୁନ : କର୍ମକ୍ଷେତ୍ରରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପଦୁଟିଏ ପ୍ରଶଂସା ଶୁଣିପାରିବେ ନାହିଁ । ପ୍ରତିବନ୍ଧକ କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଅଭିଯୋଗ ଆସିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
କର୍କଟ : କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ ଏବଂ ଲୋକପ୍ରିୟତା ବୃଦ୍ଧି ପାଇବ । ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସି ଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ । ଘରୋଇ କଥାରେ କିଛି ମତପାର୍ଥକ୍ୟ ସୃଷ୍ଟି ମାନସିକ ଅଶାନ୍ତିର କାରଣ ହେବ ।
ସିଂହ : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି । ଯେକୌଣସି ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ ।
କନ୍ୟା : ପ୍ରତିକୂଳତା କାରଣରୁ ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ପାଇବା କଷ୍ଟକର ହେବ । ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ରୋଗଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।
ତୁଳା : ବନ୍ଧୁଙ୍କ ସହ ସାମାନ୍ୟ କଥାରେ ଅତିଶୟ ରାଗି ପରିସ୍ଥିତିକୁ ସରଗରମ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବିଶେଷ ଭାବରେ ବିଚଳିତ ହୋଇପାରନ୍ତି । ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ ।
ବିଛା : ପରିବାରରେ ମନ ଭିତରର ଅଶାନ୍ତି ବିରକ୍ତିକର କଥାବାର୍ତ୍ତାର ରୂପ ନେଇପାରେ । ଆର୍ଥିକ ସଂକଟ ସୁଧାରିବା ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍ ଆଦୃତ ହେବେ ।
ଧନୁ : ସଭାସମିତିରେ ବନ୍ଧୁଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିପାରିବେ ନାହିଁ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଅଜଣା ଆଶଙ୍କାରେ ଉଦ୍ବେଳିତ ହେବେ ।
ମକର : ଆଜି ଅତୀତ କଥା ଚିନ୍ତା କରି ମନଟା ଭଲ ଲାଗି ନ ପାରେ । ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ । ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ ।
କୁମ୍ଭ : ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ବହୁଦୂରରେ ଥିବାର ଅନୁଭବ କରିବେ ।
ମୀନ : ସମସ୍ୟାବହୁଳ ପରିସ୍ଥିତିରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି । କୌଣସି ଘଟଣାକୁ ନେଇ ଆଜି ମନ ଭାରାକ୍ରାନ୍ତ ରହିବ । ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ । ବନ୍ଧୁଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ଠିକ୍ ହୋଇଯିବ ।

