ରାଜ୍ୟ

ଖରା ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା

Spread the love

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରୁ ଟିକେ ମୁକ୍ତି ପାଇବା ପାଇଁ ବାଟୋଇଙ୍କ ପ୍ରଥମ ପସନ୍ଦ କୋଲଡ୍ରିଂକ୍ସ ଥାଏ । ସେଥିମଧ୍ୟରୁ ତରଭୁଜ ଖାଇବାର ମଜା ନିଆରା । ତେଣୁ ଏବେ ଖରା ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା।ଆଜିକାଲିର କେମିକାଲ କୋଲଡ୍ରିଂକ୍ସ ଠାରୁ ଦେଶୀ ତରଭୁଜ ବେଶ ଭଲ । ଖରାଦିନିଆ ହେଲଦି ଫୁଡ୍ ସହ ପାନୀୟ ଭାବେ ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ତରଭୁଜ ।ଲାଲ ଟହ ଟହ ତରଭୁଜ । ଖାଇଦେଲେ ମନ ଶାନ୍ତି । ଟିକେ ଛାଇରେ ରହି ଦୁଇ ଚାରି ଖଣ୍ଡ ଖାଇଦେଲେ ମନ ଖୁସି ହୋଇଯାଏ । ଗରମରେ ତରଭୁଜ ଖାଇଦେଲେ ଭୋକ ଓ ଶୋଷ ସବୁ ମେଣ୍ଟିଯାଏ । ଦୂରେଇ ଯାଇଥାଏ ଥକାପଣ । ତରଭୁଜକୁ ଫାଳ ଫାଳ କରି ଟିକେ ଲୁଣ ଛିଞ୍ଚି ଦେଇ ବାଟୋଇକୁ ଅତି ଆନନ୍ଦରେ ପରଷି ଦେଉଛନ୍ତି ଦୋକାନୀ ।ଏହାକୁ ବିକ୍ରି କରି ବ୍ୟବସାୟୀ ବେଶ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।ଏବେ ଖରା ବଢିବା ଯୋଗୁ ଏହାର ଚାହିଦା ମଧ୍ୟ ବଢି ଯାଇଛି ।

Leave a Reply

Your email address will not be published. Required fields are marked *