ରାଜ୍ୟ

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

Spread the love

ଗତକାଲି ସନ୍ଧ୍ୟା ସମୟରେ ଆଶିଷ ଜେନା ଏକ ସ୍କୁଟର ଯୋଗେ ରେଳଲାଇନ କଡ଼କୁ ଆସିଥିଲେ । ସ୍କୁଟର ଉପରେ ଗାଡ଼ିର ଚାବି ରଖି ଟ୍ରେନ ଆଗକୁ ଡେଇଁପଡି ଜୀବନ ହାରିଥିଲେ । ଦୀର୍ଘ ସମୟ ଯାଏ ଏକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା । ହେଲେ ସେ କେଉଁ ଅଞ୍ଚଳର ବୋଲି ତାହା ଜଣା ପଡ଼ିନାହିଁ । ଜୀବନ ହାରିବା ସମ୍ପର୍କରେ ନିଜର ହାତଲେଖା ନୋଟ ମଧ୍ୟ ରହିଛି । ଖବର ପାଇ ବାରଙ୍ଗ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ତାଙ୍କର ମୋବାଇଲ ଫୋନ, ସ୍କୁଟର ଏବଂ ଡାଏରୀ ମଧ୍ୟ ଜବତ ହୋଇଛି । କଟକ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଯେଉଁମାନଙ୍କ ନାଁରେ ଅଭିଯୋଗ ହୋଇଛି। ସେମାନଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *