ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ
ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ । ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ।ସେହିପରି ଏପର୍ଯ୍ୟନ୍ତ ତାଲିକାରୁ ମୋଟ୍ ୪ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିଲାଣି । ମନ୍ତ୍ରୀ ଆହୁରି କହିଛନ୍ତି, ଅତୀତର ତ୍ରୁଟିକୁ ସଂଶୋଧନ କରାଯିବ । ସମ୍ପୂର୍ଣ୍ଣ ସର୍ଭେ କରାଯିବ । ଯାହା ଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡିକୁ ଦୂର କରାଯାଇ ପାରିବେ ।

