ଦେଶ ବିଦେଶ

ପଞ୍ଜାବ ଅମୃତସରରେ ଗ୍ରେନେଡ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ

Spread the love

ପଞ୍ଜାବ ଅମୃତସରରେ ଗ୍ରେନେଡ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୁରସିଦକ ପୋଲିସ ଏନକାଉଣ୍ଟରରେ ଟଳି ପଡିଛି । ରବିବାର ସକାଳୁ ସକାଳୁ ଅଭିଯୁକ୍ତ ବିଷୟର ସୂଚନା ମିଳିଥିଲା । ଏମାନେ ରାଜାସାନ୍ସୀ ଅଞ୍ଚଳରେ ବୁଲୁଥିବାର ନଜର ଆସିଥିଲେ । ତେଣୁ ତାଙ୍କୁ ଧରିବା ପାଇଁ ସିଆଇଏ ଏବଂ ଏସଏଚଓ ଛେହରଟା ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହାପରେ ଅଭିଯକ୍ତ ବାଇକକୁ ଛେହରଟାରେ ଅଟକ ରଖାଯାଇଥିଲା । ସେମାନେ ନିଜ ବାଇକ୍ ଛାଡି ପୋଲିସ ଉପରେ ଗୁଳି ଚଲାଇଥିଲେ ।ଏଥିରୁ ଗୋଟିଏ ଗୁଳି କନଷ୍ଟେବଳ ଗୁରପ୍ରୀତ ସିଂଙ୍କ ମୁଣ୍ଡରେ ବାଜିଥିଲା । ଅନ୍ୟ ଏକ ଗୁଳି ତାଙ୍କ ବାମ ହାତ, ଆଉ ଏକ ଗୁଳି ଇନ୍ସପେକ୍ଟର ଅମୋଲକ ସିଂଙ୍କ ପଗଡି, ଅନ୍ୟଟି ପୋଲିସ ଗାଡିରେ ବାଜିଥିଲା । ଇନ୍ସପେକ୍ଟର ବିନୋଦ କୁମାର ଆତ୍ମରକ୍ଷାରେ ନିଜ ପିସ୍ତଲରୁ ଗୁଳି ଚଳାଇଥିଲେ । ଯେଉଁଥିରେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲା । ତୁରନ୍ତ ଏମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସପିଟାଲରେ ଅଭିଯୁକ୍ତ ଜଣକର ଜୀବନ ଚାଲିଯାଇଥିଲା ।

Leave a Reply

Your email address will not be published. Required fields are marked *