ଆଜିର ରାଶିଫଳ
ମେଷ : ସକାଳୁ ବନ୍ଧୁଙ୍କ ସମ୍ପର୍କରେ କିଛି ଅର୍ଥ କିମ୍ବା ଖୁସି ଖବର ପାଇବେ । କର୍ମକ୍ଷେତ୍ରକୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ଆଲୋଚନା ପରିସରରେ କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ ।
ବୃଷ : ପୂର୍ବରୁ ଯଦି କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଅପରାହ୍ନରେ ସୁଧୁରିଯିବ । ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜିନିଷ କିଣାବିକା, ସବୁ କିଛି ପାଇଁ ଭଲ । କିନ୍ତୁ ପଡ଼ୋଶୀ, ସହକର୍ମୀଙ୍କ କାମରେ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ।
ମିଥୁନ : ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ । କଚେରି ମାମଲା କିମ୍ବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ । ବନ୍ଧୁବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିବେ, ଏଣୁ ବୁଝିବିଚାରି କାମ କରନ୍ତୁ ।
କର୍କଟ : ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଲଢ଼େଇ ଜାରି ରଖିବାକୁ ପଡ଼ିବ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ଅଶାନ୍ତି ଲାଗିରହିବ ।
ସିଂହ : ବିଳମ୍ବରେ କାମ ସମ୍ପନ୍ନ ହେଉଥିବାରୁ ଆଜିର ପରିସ୍ଥିତିରେ ଧୈର୍ଯ୍ୟଚ୍ୟୁତି ଘଟିପାରେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବା ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ । ଭୁଲ୍ ବୁଝାମଣା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଦେଖାଦେଇପାରେ ।
କନ୍ୟା : କର୍ମକ୍ଷେତ୍ରରେ ନୂଆ କାମ ହାତକୁ ନେଇ ଏହାକୁ ଆଗେଇନେବେ । ଦେହ ଭଲ ରହିବ, ମାତ୍ର ସାମୟିକ ଦୁର୍ବଳତାଜନିତ କ୍ଲାନ୍ତିବୋଧ କରିବେ । ଅଧିକାଂଶ ସମୟ ସହକର୍ମୀ କିମ୍ବା ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ହାତ ମିଳାଇ କାମ କରିପାରନ୍ତି ।
ତୁଳା : କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ । ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ବିଛା : ଯେତେ ଚୁପ୍ ରହିଲେ ମଧ୍ୟ ପରିବାର ଭିତରେ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ । ବ୍ୟବସାୟରେ ଲାଭ କମ୍ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ । ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ।
ଧନୁ : କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ । ନିଜ ଲୋକଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ । ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ ।
ମକର : ଆଜିର ଆନୁଷ୍ଠାନିକ କାମରେ ସମ୍ପର୍କୀୟଙ୍କ ସାହାଯ୍ୟ ଅବଶ୍ୟ ମିଳିବ । ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ । ଆଗାମୀ ମଙ୍ଗଳୋସତ୍ବ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି ।
କୁମ୍ଭ : ପରିବାର ମଧ୍ୟରେ ଯେତେ ପ୍ରକାର ମନ ନେଇ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ବୁଝାମଣାରେ ଅଗ୍ରଗତି ସହ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ ।
ମୀନ : ସାମାଜିକ ସ୍ତରରେ ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ହୋଇପାରନ୍ତି । ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କାରଣରୁ ବ୍ୟସ୍ତତା ବୃଦ୍ଧିପାଇବ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ ।

