ରାଜ୍ୟ

ଗୁଣି ଗାରେଡିକୁ ନେଇ ଗଲା ତିନି ଜୀବନ

Spread the love

ଯୁଗ ଯେତେ ଆଗେଇଲେ ବି କିଛି ମଣିଷ ଏବେବି ଅନ୍ଧବିଶ୍ବାସରେ ବୁଡ଼ି ରହିଛନ୍ତି । ଗୁଣି ଗାରେଡି ସନ୍ଦେହରେ କେତେବେଳେ ଲୋକେ ବାସନ୍ଦ ହେଉଛନ୍ତି ତ କେତେବେଳେ ହତ୍ୟା କରାଯାଉଛି । ତେବେ ଗଞ୍ଜାମ ଜିଲ୍ଲାରେ ଏହି ସାମାଜିକ ବ୍ୟାଧି ବଢିବାରେ ଲାଗିଛି । ପ୍ରଶାସନ ବହୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେଉଛି ଲୋକଙ୍କୁ ସଚେତନ କରିବାରେ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଖାରୀପଲ୍ଲୀ ଗାଁରେ ଅନ୍ଧବିଶ୍ବାସର କରୁଣ ପରିଣତି ନେଇ ଯାଇଛି ତିନି ତିନିଟି ଜୀବନ । ଗୁଣି ଗାରେଡିକୁ ନେଇ ଉଗ୍ର ରୂପ ନେଲା ବିବାଦ । ବଡଗଡ ଥାନା ବାହାରପୁର ପଞ୍ଚାୟତର ଖାରୀପଲ୍ଲୀ ଗାଁ । ଏହି ଗାଁରେ ୫୦ ପରିବାର ଧୀବର । କିଛି ଲୋକ କୌଳିକ ବୃତ୍ତି ଅନୁସାରେ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି । ଅଧିକାଂଶ ରାଜ୍ୟ ବାହାରକୁ ଯାଇ ରୋଜଗାର କରୁଛନ୍ତି । ତେବେ ଏହି ଗାଁର ଚାରି ପାଞ୍ଚ ପରିବାର ସହିତ ଅନ୍ୟ କିଛି ପରିବାର ମଧ୍ୟରେ ବିବାଦ ଲାଗି ରହିଛି । ଗୁଣି ଗାରେଡି ସନ୍ଦେହରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଏହି ପାଞ୍ଚ ପରିବାର ଗୁଣି କରି କ୍ଷତି ପହଞ୍ଚାଉଛନ୍ତି ଓ ଜୀବନ ନେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି ।ବିଶ୍ବାସ ହେଉନଥିବା ଘଟଣା ଯୋଗୁଁ ଚାଲି ଗଲା ତିନି ତିନିଟି ନୀରୀହ ଜୀବନ । ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଘଟଣାସ୍ଥଳରେ ଆସିକା ଏସଡିପିଓ ସନ୍ତୋଷ ଜେନା ଗାଁରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *