ରାଜ୍ୟ

ଆରମ୍ଭ ହୋଇଗଲାଣି ବର୍ଷା ପବନ, ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ

Spread the love

ଆରମ୍ଭ ହୋଇଗଲାଣି ବର୍ଷା ପବନ । ପରିବର୍ତ୍ତନ ହେଲା ପାଗ । କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି ।  ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି ।ବାତ୍ୟା ପ୍ରଭାବରେ ବର୍ଷା ସହ ପବନର ବେଗ ବଢ଼ିବ।ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ କିଲୋମିଟର ରହିବ। ୨୪ ଓ ୨୫ ତାରିଖରେ ବର୍ଷା ସହ ପବନର ବେଗ ବଢ଼ିବ। ଜଗତସିଂହପୁର ଓ ଭଦ୍ରକରେ ୧୧୦ କିମି ବେଗରେ ବହିବ ପବନ ।

ବାଲେଶ୍ବର ଓ କେନ୍ଦୁଝରରେ ୧୧୦ ରହିବ ପବନର ବେଗ। ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ବହିବ ପବନ । ପୁରୀ ଓ କଟକରେ ୬୦-୮୦ କିମି ବେଗରେ ପବନ ବହିବ ।  ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳର ଅତି ପ୍ରବଳ ବର୍ଷା ହେବ।

କାଲି ପାଇଁ ପ୍ରବଳରୁ ଅତି ପ୍ରବଳ ପର୍ଷା ନେଇ ୭ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।ସେହିପରି ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୫ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି ହୋଇଛି। ୬ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।

Leave a Reply

Your email address will not be published. Required fields are marked *