ରାଜ୍ୟ

ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP, ଜାଣନ୍ତୁ କାହାକୁ ମିଳିବ……

Spread the love

 

୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସହାୟତା ମିଳିବ। ୫ ହଜାର ଟଙ୍କା  ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ।

ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଓପି ଘୋଷଣା କଲେ । କାଲି କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନାର SOP ପାରିତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ।୫ ହଜାର ଟଙ୍କା ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ । ଡିବିଟି ମାଧ୍ୟମରେ ମହିଳାଙ୍କରାଜ୍ୟର ୧ କୋଟିରୁ ଅଧିକ ମହିଳା ଆକାଉଣ୍ଟକୁ ଯିବ ଏହି ଟଙ୍କା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ । ପ୍ରତିବର୍ଷ ୨ ଥର ୫ ବର୍ଷ ଯାଏ ସହାୟତା ରାଶି ଦିଆଯିବ । ଏହି ଯୋଜନାରେ ଉପକୃତ ହେବେ ।
ସୁଭଦ୍ରା ଯୋଜନା ପାଇଁ କିଭଳି ଆବେଦନ କରିବେ କହିଲେ ସରକାର । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିହେବ । ସେହିପରି ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଆବେଦନ କରିପାରିବେ । ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ। ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *