ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ
ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ଅପରପକ୍ଷେ ଗତକାଲି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ।ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି। ଖୁଚୁରା ବେପାରୀଙ୍କୁ ପାଇକାରୀ ବେପାରୀମାନେ ଚିଠା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଖାଉଟିମାନେ ଖୁଚୁରା ବେପାରୀଙ୍କଠାରୁ ଆଳୁ କିଣିବା ବେଳେ ଶୋଷଣର ଶିକାର ହେବେନି

