DN ଗ୍ରୁପରେ ଆୟକର ବିଭାଗର ଚଢ଼ାଉ ଘଟଣା, ଦ୍ବିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି
DN ଗ୍ରୁପରେ ଆୟକର ବିଭାଗର ଚଢ଼ାଉ ଘଟଣା । ଦ୍ବିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି । ରାତି ସାରା ଚଢ଼ାଉ ଜାରି ରଖିଛି ଆୟକର ବିଭାଗ । ଏବେ ଵି ପୋଷ୍ଟାଲ କଲୋନୀରେ ଜବତ ଟଙ୍କାକୁ ଗଣୁଛି ଆୟକର ବିଭାଗ । ଜବତ ଟଙ୍କାର ହିସାବ ଆୟକର ବିଭାଗକୁ ଦେଇପାରୁନାହାନ୍ତି DN ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡା । ଗତକାଲିଠୁ ତାଙ୍କ ଘରେ ରେଡ୍ ଜାରି ରହିଥିବାବେଳେ କର୍ମଚାରୀଙ୍କ ଘରୁ 30 କୋଟି ଟଙ୍କା ଜବତ କରିଛି ଆଇଟି । ରାଜ୍ୟ ତଥା ରାଜ୍ୟ ବାହାରେ 27ରୁ ଉର୍ଦ୍ଧ୍ବ ସ୍ଥାନରେ ଏକକାଳୀନ ଆୟକର ବିଭାଗର ଚଢାଉ କରିଛି । କେବଳ ରାଜଧାନୀରେ 7ଟି ସ୍ଥାନରେ ହୋଇଛି ଚଢ଼ାଉ ।
