ଦେଶ ବିଦେଶ

ଔଷଧିୟ ଗୁଣରେ ଭରପୁର, କଳା ଟମାଟୋ ଚାଷରେ ପ୍ରଚୁର ଲାଭ

Spread the love

ବଜାରରେ ବିକ୍ରି ହେଉଛି କଳା ଟମାଟୋ। ତେବେ କଳା ଟମାଟୋ ବିଷୟରେ ଆପଣ ପ୍ରଥମ ଥର ଶୁଣୁଥିବେ। କାରଣ ଆମେ ନାଲି ଟମାଟୋକୁ ସବୁବେଳେ ବଜାର ହେଉ କିମ୍ବା ରୋଷେଇ ଘରେ ଦେଖି ଆସିଛେ। ଆମେ କଳା ଟମାଟୋ କଥା ପ୍ରଥମର ଥର ପାଇଁ ଶୁଣୁଛେ। ଔଷଧିୟ ଗୁଣରେ ଭରପୁର ଥିବା କଳା ଟମାଟୋର ଏବେ ବଜାରରେ ଉପଲବ୍ଧ। ବଜାରରେ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ଚାଷରେ ଭରଫର ଲାଭ ମଧ୍ୟ ମିଳୁଛି କୃଷକୁ । ତେବେ ଏହାର ଏକ ସ୍ୱତନ୍ତ୍ରଣ ଗୁଣ ହେଉଛି ଯେ ଏହା କ୍ୟାନ୍ସର ପରି ଦୁରାରୋଗ୍ୟର ଚିକିତ୍ସାରେ ସହାୟକ ହେଉଛି। ଏହା ବ୍ୟତିତ ଏହି ଟମାଟୋର ଅନେକ ରୋଗରରୁ ଆରୋଗ୍ୟ ପ୍ରଦାନ ପାଇଁ ଏକ ରାମ ବାଣ ସଦୃଶ୍ୟ। କଳା ଟମାଟୋର କୁ ଇଂରାଜୀରେ ଇଣ୍ଡିଗୋ ରୋଜ ଟମାଟୋ କୁହାଯାଇଥାଏ। ଏହି ଚାଷର ଆରମ୍ଭ ପ୍ରଥମେ ଇଂଲଣ୍ଡରେ ହୋଇଥିଲା। ଏହାର ଶ୍ରେୟ, ରେ ବ୍ରାଉନ୍‌ ଙ୍କୁ ଯାଉଛି। ରେ ବ୍ରାଉନ୍‌ ଜେନେଟିକ୍‌ ମ୍ୟୁଟେସନ ମାଧ୍ୟମରେ କଳା ଟମାଟୋରର ପ୍ରସ୍ତୁତି କରିଥିଲେ। ୟୁରୋପର ମାର୍କେଟରେ ଏହାକୁ ସୁପର ଫୁଡ ବୋଲି କୁହାଯାଇଥାଏ। ଇଂଲଣ୍ଡରେ ଏହାର ସଫଳତା ପରେ ଏବେ ଭାରତରେ ଏହାର ଚାଷ ଆରମ୍ଭ ହୋଇଛି। ଏହି ଚାଷ ଗୁରୁଜାରଟରେ ଆରମ୍ଭ ହୋଇଛି। ଜାନୁଆରୀ ମାସ ହେଉଛି କଳା ଟମାରଟୋର ଚାଷ କରିବାର ସର୍ବତ୍ତୋମ ମାସ। ଜାନୁଆରୀର କ୍ଷେତରେ ଏହାର ମଞ୍ଜି ବୁଣିଲେ ଏହାର ଅମଳ ମାର୍ଚ୍ଚ- ଏପ୍ରିଲ ଆଡକୁ ହୋଇଯାଇଥାଏ। ନାଲି ଟମାଟୋ ଚାଷରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି କଳା ଟମାଟୋ ଚାଷରେ ମଧ୍ୟ ସେତିକି ଖର୍ଚ୍ଚ। କେବଳ କଳା ଟମୋଟର ମଞ୍ଜି ପାଇଁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ। ଏହି ଚାଷରୁ ଚାଷୀ ଆରାମରେ ୪-୫ ଲକ୍ଷ ଟଙ୍କାର ଲାଭ କରିପାରିବ।

Leave a Reply

Your email address will not be published. Required fields are marked *