ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା
ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ବର୍ଷ ବୟସରେ ମୃତ୍ୟୁବରଣ କରିଛି ସିଂହୀ। ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା। ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା।ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା। ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି। ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ। ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ୨୩ଟି ସିଂହ ରହିଛନ୍ତି

