ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ
ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ। ୨୮ ଓ ୨୯, ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର ବହୁ ବଡ଼ ବଡ଼ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବେ।ସିଆଇଆଇ ପକ୍ଷରୁ ୫ଟି ସେସନ ଅନୁଷ୍ଠିତ ହେବ। ଏଥିରେ ଶିଳ୍ପପତି ମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ। ପ୍ରାୟ ୨ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ। ୨୮ରେ ସକାଳ ୧୦ଟାରେ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ। ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ଉଦଘାଟନ କାର୍ଯ୍ୟକ୍ରମ। ଅପରାହ୍ଣରେ ଶିଳ୍ପପତିଙ୍କୁ ନେଇ ୫ଟି କ୍ଷେତ୍ର ନେଇ ସେସନରେ ଆଲୋଚନା ହେବ। ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

