ରାଜ୍ୟ

ମନ୍ଦିରା ଡ୍ୟାମ୍‌ରେ ଖୋଲିଲା ୧୦ ଗେଟ୍‌

Spread the love

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆର୍‌ଏସ୍‌ପି ପକ୍ଷରୁ ମନ୍ଦିରା ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ମନ୍ଦିରା ଡ୍ୟାମ୍‌କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ୫୩,୧୬୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଜଳସ୍ତର ୬୭୯.୫୦ ଫୁଟ୍‌ ରହିଛି।ଜଳସ୍ତର ବଢ଼ିବାରୁ ଗତକାଲି ରାତିରେ ବାଲୁଘାଟର ତଳବସ୍ତିର ୮ରୁ ଅଧିକ ଘରେ ପାଣି ପଶିଥିଲା। ପାଣିଘେରରେ ଥିବା ପରିବାର ରାତି ତମାମ ଅନ୍ୟଲୋକଙ୍କ ଘରେ ଆଶ୍ରୟ ନେଇଥିଲେ।
ବସ୍ତି ଭିତରକୁ ପାଣି ପଶୁଥିବାରୁ ଅନେକ ପରିବାର ରାତି ଅନିଦ୍ରା ହୋଇଥିଲେ। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଅଧିକାରୀ ଓ କର୍ମଚାରୀ ବସ୍ତିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଖାଇବା ଯୋଗାଇ ଦେଇଥିଲେ। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆର୍‌ଏମ୍‌ସି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଥିଲା।

ମନ୍ଦିରା ଡ୍ୟାମ୍‌ର ମୋଟ ୧୧ଟି ଗେଟ୍‌ରୁ ୧୦ଟି ଗେଟ୍‌ ଖୋଳାଯାଇଥିବାରୁ ବ୍ରାହ୍ମଣୀର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସମ୍ଭାବ୍ୟସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *